ରାଜ୍ୟରେ ତଳମୁହାଁ ପାରଦ

ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବା ହେତୁ ସୂର୍ଯ୍ୟକିରଣ ପଡ଼ୁନାହିଁ। ଏହାଦ୍ୱାରା ଦିନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌‌ ରହୁଛି ଓ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିବେଳା ଆକାଶ ମେଘୁଆ ହେତୁ ତାପମାତ୍ରା ଅଧିକ ରହୁଛି।

SHARE BY