ଶିମିଳିପାଳରେ ୧୬କୁ ବୃଦ୍ଧି ପାଇଲା ବାଘ ସଂଖ୍ୟା । ୨୦୧୮ରେ ଶିମିଳିପାଳରେ ଥିଲେ ୮ବାଘ । ସେପଟେ ଶିମିଳିପାଳରେ ବଢ଼ିଥିଲେ ହେଁ ରାଜ୍ୟରେ କମିଛି ବାଘ ସଂଖ୍ୟା । ରାଜ୍ୟରେ ମାତ୍ର ୨୦ଟି ବାଘ ଥିବା ଗଣନାର ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ଥିବା ଜଣାପଡ଼ିଥିଲା । ଅନପଟେ ନିଜସ୍ଵ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର । ଅକ୍ଟୋବରରୁ ବାଘ ଗଣନା ଆରମ୍ଭ ହେବାକୁ ଥିବାବେଳେ ଦୁଇଟି ପର୍ଯ୍ୟାୟରେ ହେବ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ । CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ । ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା