ରାଜ୍ୟରେ ଆଜିଠୁ ପୁଣି କୋଭିଡ ଟିକାକରଣ ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ଏଥିପାଇଁ ହିତାଧିକାରୀ ଉଭୟ ଅଫଲାଇନ ଓ ଅନଲାଇନରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ତେବେ କେବଳ କୋଭିସିଲଡ ଟିକା ନେଇଥିବା ହିତାଧିକାରୀ ଟିକା ନେଇ ନେଇପାରିବେ । ପୁରୁଣା ଗାଇଡଲାଇନ ଅନୁସାରେ ହିତାଧିକାରୀମାନେ ଦ୍ୱିତୀୟ ଓ ପ୍ରିକସନ ଡୋଜ ମାଗଣାରେ ନେଇପାରିବେ । ମଙ୍ଗଳବାର କେନ୍ଦ୍ର ସରକାର ୧ ଲକ୍ଷ କୋଭିସିଲଡ ଟିକା ଓଡିଶାକୁ ପଠାଇଛନ୍ତି । ଟିକା ଆସିବା ପରେ ବିଭିନ୍ନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟିକା ପଠାଯାଇଛି । ହକି ବିଶ୍ୱକପ ଚାଲିଥିବାରୁ ସୁନ୍ଦରଗଡ, ଭୁବନେଶ୍ୱର ଓ କଟକରେ ଅଧିକ ଟିକା ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍