The Topmost

“The eyes believe themselves, the ears believe other people.”

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମ ରାୟ

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ସଜା କାଟିବା ପରେ ଜେଲରୁ ମୁକୁଳିଲେ ନଳିନୀ ଶ୍ରୀହରନ । ଚେନ୍ନାଇର ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିବା ବେଳେ ସକାଳେ ପୁଣି ଜଲେ ଯାଇଥିଲେ । ସେଠାରେ ସମସ୍ତ ବିଧିକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ସ୍ୱଗର୍ତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ନଳୀନି, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସମ୍ବିଧାନର ୧୪୨ରେ ଥିବା କ୍ଷମତା ପ୍ରୟୋଗରେ ସୁପ୍ରିମ କୋର୍ଟ ହତ୍ୟା ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ୬ଜଣଙ୍କୁ ଜେଲରେ ମୁକୁଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।