The Topmost

“The eyes believe themselves, the ears believe other people.”

ରାଜା ଓ ରାଣୀଙ୍କ ଉପରକୁ ବିକ୍ଷୋଭକାରୀଙ୍କ ଅଣ୍ଡା ମାଡ

ରାଜା ଓ ରାଣୀଙ୍କୁ ଅଣ୍ଡା ମାଡ । ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ବିକ୍ଷୋଭକାରୀ ଅଣ୍ଡା ଫୋପାଡିଛନ୍ତି । ପୋଲିସ ଘଟଣାସ୍ଥଳରୁ ସେହି ବିକ୍ଷୋଭକାରୀଙ୍କୁ ଗିରଫ କରିଛି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣଙ୍କ । ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପୁଅ ତଥା କିଙ୍ଗସ୍ ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ଉଭୟ ୟର୍କ ସହରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ କାର୍ ଭିତରୁ ବାହାରି ଲୋକଙ୍କୁ ଭେଟୁଥିଲେ । ତେବେ ଏହି ସମୟରେ ସେ ଜଣେ ଯୁବକ ହଠାତ୍ ରାଜା ରାଣୀଙ୍କ ଉପରକୁ ଫୋପାଡିଥିଲେ ଅଣ୍ଡା ।