The Topmost

“The eyes believe themselves, the ears believe other people.”

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଇଡି ସମନ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅଙ୍କୁ ଇଡି ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ବୈଭବଙ୍କୁ ସମନ କରିଛି ଇଡି । ଏହାସହ ରାଜସ୍ଥାନ କଂଗ୍ରେସ ଗୋବିନ୍ଦ ସିଂ ଡୋଟାସରାଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଜସ୍ଥାନର ପୃଥକ ପୃଥକ ୧୧ଟି ସ୍ଥାନରେ ରେଡ୍ କରିଛି ଇଡି । ଜୟପୁରରେ ଥିବା ସରକାରୀ ବାସଭବନ ସହ ଅନ୍ୟ କିଛି ସ୍ଥାନରେ ରେଡ୍ ହୋଇଛି । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏହି ଚଢାଉ ଚାଲିଛି । ଅର୍ଥ ହେରଫେର ମାମଲାରେ ଇଡି ଏହି ରେଡ୍ କରୁଛି । ରାଜସ୍ଥାନର ମହୁଆ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଗୋବିନ୍ଦ ସିଂ ଡୋଟାସରା । ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଥିଲେ ଗୋବିନ୍ଦ ସିଂ। ଇଡିର ରେଡକୁ ନେଇ ବିଜେପିକୁ ସମାଲୋଚନା କରିଛି ଇଡି । ଆସନ୍ତା ୨୩ ନଭେମ୍ବରରେ ରାଜସ୍ଥାନରେ ଭୋଟ ହେବାକୁ ଥିବାବେଳେ ଜାଣିଶୁଣି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।