The Topmost

“The eyes believe themselves, the ears believe other people.”

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଆକ୍ସନ

ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ ଯାତ୍ରା । ହିମାଚଳରୁ ଫେରି ରାଜସ୍ଥାନରେ ରାହୁଲଙ୍କ ଆକ୍ସନ । ବୁନ୍ଦି ଜିଲ୍ଲାରେ ସମର୍ଥକଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି ରାହୁଲ ଗାନ୍ଧୀ । ପଦଯାତ୍ରାରେ ରାହୁଲ ସମର୍ଥକଙ୍କ ସହ ବଳଦ ଗାଡ଼ିରେ ଚଢ଼ିଥିବା ଦେଖିବାକୁ ମିଳିଥିଲା । ଆଜି ପଦଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ରାଜସ୍ଥାନ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି ହିମାଚଳରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହୋଇଥିବା ବେଳେ, ଆଜି ସକାଳୁ ପୁଣି ରାଜସ୍ଥାନ ବୁନ୍ଦିରୁ ଆରମ୍ଭ ହୋଇଛି ପଦଯାତ୍ରା । ଭାରତ ଯୋଡ ଯାତ୍ରା ୯୫ ଦିନରେ ପହଞ୍ଚି ଥିବାବେଳେ ଏହା ୮ ରାଜ୍ୟର ୪୦ ଜିଲ୍ଲା ଅତିକ୍ରମ କରିସାରିଛି ।

SHARE BY