The Topmost

“The eyes believe themselves, the ears believe other people.”

ରାଜସ୍ଥାନରେ ବାତ୍ୟା ବିପର୍ଯ୍ୟୟର ତାଣ୍ଡବ 

ଗୁଜରାଟ ପରେ ଏବେ ରାଜସ୍ଥାନରେ ବାତ୍ୟା ବିପର୍ଯ୍ୟୟର ତାଣ୍ଡବ । ରାଜସ୍ଥାନରେ ବିପର୍ଯ୍ୟୟ ପ୍ରଭାବରେ ଭୀଷଣ ବର୍ଷା ହେଉଛି ।  ପାଣିପାଗ ବିଭାଗ ପକ୍ଷରୁ ବାଡମେର, ଜାଲୋର, ସିରୋହି ଜିଲ୍ଲା ପାଇଁ ରେଡ ଅଲର୍ଟ ଜାରି କରାଯାଇଛି । ସେହିପରି ପାଲି ଓ ଯୋଧପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ଧରି ଭୀଷଣ ବର୍ଷା ଓ ତୀବ୍ର ଗତିରେ ପବନ ବହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ରାଜସ୍ଥାନର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତୋଫାନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ପଡିବା ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ୫ଶହରୁ ଅଧିକ ଗାଁ ଅନ୍ଧାରରେ ରହିଛି । ବିଜୁଳି ନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ପ୍ରାୟ ୫ଶହ ଗାଁକୁ ପ୍ରଶାସନ ପକ୍ଷରୁ ବ୍ଲାକ ଆଉଟ ଘୋଷଣା କରାଯାଇଛି । ଯୁଦ୍ଧ କାଳୀନ ଭିତିରେ ଏନଡିଆରଏଫ, ଏସଡିଆରଏଫ ଟିମ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ମୁଶଳ ଧାରାରେ ବର୍ଷା ଓ ପବନର ବେଗ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି । ଅନ୍ୟପଟେ ଝଡତୋଫାନକୁ ଆଖିରେ ରଖି ୧୩ଟି ଟ୍ରେନ ବାତିଲ କରି ଦିଆଯାଇଛି ।

SHARE BY