The Topmost

“The eyes believe themselves, the ears believe other people.”

ରାଜସ୍ଥାନରେ ତୀବ୍ର ହେଉଛି ଡାକ୍ତରଙ୍କ ଆନ୍ଦୋଳନ

ରାଜସ୍ଥାନରେ ତୀବ୍ର ହେଉଛି ଡାକ୍ତରଙ୍କ ଆନ୍ଦୋଳନ । ୧୪ ହଜାରରୁ ସରକାରୀ ଓ ଘରୋଇ ଡାକ୍ତର ଆନ୍ଦୋଳନରେ ଯାଇଥିବାରୁ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ବ୍ୟାହତ ହୋଇଛି । ଫଳରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଏନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାଜସ୍ଥାନରେ ସରକାରଙ୍କ ‘ରାଇଟ୍ ଟୁ ହେଲ୍ଥ‘ ବିଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଘରୋଇ ଡାକ୍ତର । ତାଙ୍କ ସହ ସ୍ୱର ମିଳାଇଛନ୍ତି ସରକାରୀ ଡାକ୍ତର । ଆଖିଳ ରାଜସ୍ଥାନ ସେବାରତ ଚିକିତ୍ସକ ସଂଘ ମାର୍ଚ୍ଚ ୨୯ ତାରିଖ ଦିନ ସାମୁହିକ ଛୁଟି ଘୋଷଣା କରିଛନ୍ତି । ଏଥିରେ ପୁରା ରାଜ୍ୟର ୧୪ ହଜାରରୁ ଅଧିକ ଡାକ୍ତର ସାମିଲ ହୋଇଛନ୍ତି ।