The Topmost

“The eyes believe themselves, the ears believe other people.”

ରାଜସ୍ଥାନରେ କରୋନାର ନୂଆ ଭ୍ୟାରିଏଣ୍ଟ

ରାଜସ୍ଥାନରେ ପ୍ରବେଶ କରିଛି କରୋନାର ନୂଆ ଭ୍ୟାରିଏଣ୍ଟ । ପୁଣି ଜଣେ ଯୁବକଙ୍କ ଠାରୁ ଏହି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି । ରାଜସ୍ଥାନ ରାଜଧାନୀ ଜୟପୁରରେ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୟପୁରର ଏହି ୨୧ବର୍ଷ ଯୁବକଙ୍କ ପାଖରେ ଆମେରିକାର ଭ୍ୟାରିଏଣ୍ଟ xxx.1.5 ଚିହ୍ନଟ ହୋଇଛି । ନୂଆ କରୋନା ଭ୍ୟାରିଏଣ୍ଟ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି । ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ସଂକ୍ରମିତ ଯୁବକ ଜଣଙ୍କ ୧୯ ଡିସେମ୍ବରରେ ଆମେରିକାରୁ ଜୟପୁର ଆସିଥିଲେ । ୨୨ ଡିସେମ୍ବରରେ ଯୁବକ ଜଣଙ୍କ ଜ୍ୱରରେ ପୀଡିତ ହେବା ପରେ ନିଜର କୋଭିଡ ଟେଷ୍ଟ  କରାଇଥିଲେ । ୨୩ ଡିସେମ୍ୱରେ ତାଙ୍କର କରୋନା ପଜେଟିଭ୍ ଆସିବାରୁ ଜିନମ ସିକ୍ୱାନ୍ସିଙ୍ଗ ଟେଷ୍ଟ ହୋଇଥିଲା । ଏହାପରେ ଯୁବକଙ୍କଠାରେ ନୂଆ କରୋନା ଭ୍ୟାରିଏଣ୍ଟ xxx.1.5  ଚିହ୍ନଟ ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।