The Topmost

“The eyes believe themselves, the ears believe other people.”

‘ରାଜପଥରୁ କର୍ତ୍ତବ୍ୟପଥ’ ପୁଣିଥରେ ବଦଳିବାକୁ ଯାଉଛି ରାଜପଥର ନାଁ

ରାଜପଥରୁ କର୍ତ୍ତବ୍ୟପଥ, ପୁଣିଥରେ ବଦଳିବାକୁ ଯାଉଛି ରାଜପଥର ନାଁ । କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଥିବା ରାଜପଥର ନାଁ ବଦଳାଇବାକୁ ଯାଉଛନ୍ତି । ଯାହାର ନୂଆ ନାଁ ଏବେ କର୍ତ୍ତବ୍ୟପଥ ହେବାକୁ ଯାଉଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ଶେଷ ହେଇଛି । ଯାହାକୁ କି ସେପ୍ଟେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ । ତେବେ ସୂଚନା ଅନୁସାରେ ଏହି ରାଜପଥର ନାଁ ୩ୟ ଥର ପାଇଁ ବଦଳିବାକୁ ଯାଉଛି । ବ୍ରିଟିଶ ଶାସନ ସମୟରେ ଏହା ‘କିଙ୍ଗସ୍ ୱେ’ ନାମରେ ପରିଚିତ ଥିଲା । ଦେଶ ସ୍ୱାଧୀନ ହେବା ପରେ ଏହାର ନାମ ପରିବର୍ତ୍ତନ କରି ଏହାକୁ ରାଜପଥ କୁହାଯାଇଥିଲା । ତେବେ ଏବେ ପୁଣିଥରେ ଏହି ରାଜପଥର ନାଁ ବଦଳି କର୍ତ୍ତବ୍ୟପଥ ହେବାକୁ ଯାଉଛି ।