The Topmost

“The eyes believe themselves, the ears believe other people.”

ରାଜନୈତିକ ସଙ୍କଟ ଭିତରେ ସମର୍ଥକଙ୍କ ଗହଣରେ ଇମ୍ରାନଙ୍କ ଶକ୍ତି ପ୍ରଦର୍ଶନ

ପାକିସ୍ତାନରେ ଦିନକୁ ଦିନ ତେଜିବାରେ ଲାଗିଛି ରାଜନୈତିକ ସଙ୍କଟ । ଏହାରି ଭିତରେ ବିଭିନ୍ନ ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପିଟିଆଇ ପକ୍ଷରୁ ଆରମ୍ଭ ହୋଇଛି ପଦଯାତ୍ରା । ଶହ ଶହ ସମର୍ଥକଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଇମ୍ରାନ । ନିକଟରେ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ଉପରେ କଟକଣା ଲଗାଇଥିଲେ । ଏହା ସତ୍ୱେ ନିରନ୍ତର ନିର୍ବାଚନ ଦାବି ପାଇଁ ସେ ଜିଦ ଧରିଛନ୍ତି । ଏଥିପାଇଁ ପାକ୍ ସରକାରଙ୍କୁ ମଧ୍ୟବର୍ତୀକାଳୀନ ନିର୍ବାଚନ କରିବାକୁ ଅନୁରୋଧ କରିବା ସହ ଆରମ୍ଭ କରିଛନ୍ତି ପଦଯାତ୍ରା । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୪ ଯାଏଁ ଚାଲିବ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଇମ୍ରାନ ସାଧାରଣ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି । ହେଲେ ସରକାର ଏହାକୁ ଉଦ୍ଦେଶ୍ୟ ମୂଳକ ଭାବେ କରୁନାହାନ୍ତି, କାରଣ ସରକାରଙ୍କୁ ପରାଜୟ ଭୟ ରହୁଥିବା ନେଇ କହିଛନ୍ତି ଇମ୍ରାନ । ଆଉ ଏଥିପାଇଁ ନିଜ ଶକ୍ତି ଦେଖାଇବା ସହ ସରକାରଙ୍କ ବିରୋଧୀ ପଦଯାତ୍ରା ଆରମ୍ଭ କରିଛନ୍ତି । ଲାହୋରରୁ ଇସଲାମାବାଦ ଯାଏଁ ଏହି ପଦଯାତ୍ରା ଚାଲିବ । ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ଏବଂ ତୁରନ୍ତ ଦେଶରେ ସାଧାରଣ ନିର୍ବାଚନ ଘୋଷଣା କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।