ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା । ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀମାନେ ଜାରି ରଖିଛନ୍ତି ଧାରଣା । ଆଜି ମାର୍ଗଶୀର ମାସ ଗୁରୁବାର ଥିବାବେଳେ ରାସ୍ତା ଉପରେ ଝୋଟି ପକାଇ ମାଣ ବସାଇ ମାଆ ଲକ୍ଷ୍ମୀଙ୍କୁ ପୂଜା କରିଛନ୍ତି । ସମସ୍ତଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିକରିବା ସହ ଇପିଏଫ ଆଦିର ସୁବିଧା କରିବାକୁ ଦାବି କରିଛନ୍ତି । ସେହିଭଳି ଅବସରକାଳୀନ ସହାୟତା ରାଶି ୫ଲକ୍ଷ କରାଯିବା ସହିତ ପେନସନ୍ ମାସିକ ୫ହଜାର ଟଙ୍କା ପ୍ରଦାନ କରିବାକୁ ଅଙ୍ଗନୱାଡି କର୍ମୀମାନେ ଦାବି କରିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍