ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ଅଭିଯୋଗ । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧକିଲୋ ସୁନା ସହ ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦକା ଥାନା ହରିପୁର ଗାଁରେ ଘଟିଛି ଏଭଳି ଘଟଣା । ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବିଳମ୍ବିତ ରାତିରେ ଲୁଟେରାମାନେ ପାଚେରି ଡେଇଁ ଘର ଭିତରେ ପ୍ରବେଶ କରିବା ସହିତ ଗ୍ୟାସ କଟର ସାହାଯ୍ୟରେ ଝରକା କାଟିଥିଲେ । ଏବଂ ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇ ଥିବାବେଳେ ଘରକୁ ବାହାର ପଟରୁ ତାଲା ପକାଇ ଦେଇଥିଲେ । ଘରେ ଥିବା ଦୁଇଟି ଆଲମିରା ଲକ୍ ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡି, ମୁଦି, କାନଫୁଲ ଲୁଟି ନେଇଛନ୍ତି ଲୁଟେରା । ଏହାସହ ଜମି କିଣିବା ପାଇଁ ଆଲମିରାରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା