ଭୁବନେଶ୍ବରରେ ଫୁଟିଲା ଗୁଳି । ଝାରପଡ଼ାରେ ଗାଡ଼ି ସାଇଡ୍ ମାରିବାକୁ ନେଇ ୨ଟି ବନ୍ଧୁକରେ ୧୨ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ରେ ଗୁରୁତର ଆହତ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ବନ୍ଧୁକ ଜବତ ସହ ୨ ଅଟକ । ଅନ୍ୟ ଏକ ବନ୍ଧୁକ ନେଇ ୨ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ରାତିରେ ଝାରପଡ଼ା ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ଏକ କଲ୍ୟାଣମଣ୍ଡପରେ ଭୋଜି ହେଉଥିଲା । କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳରୁ ଉତ୍ତ୍ୟକ୍ତ ୪ ଦୁର୍ବୃତ୍ତ ଅତର୍କିତ ଗୁଳି ଚଳାଇଥିଲେ । ଝାରପଡାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ପ୍ରଭାତ ମାର୍ଥା ନାମକ ଯୁବକ ଦୁଇଟି ବନ୍ଧୁକ ଧରି ପୁଲିସ ସମ୍ମୁଖରେ ଗୁଳିମାଡ଼ କରିଥିବା ପୋଲିସ ସୂଚନା ଦେଇଛନ୍ତି । ଏହାସହ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ