ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ଶୀତ । ଚଳିତ ବର୍ଷର ଶୀତ ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ । ଏଭଳି ସ୍ଥିତିରେ ଲୋକଙ୍କ ଠାରେ ହୃଦଘାତ, ଓ ମସ୍ତିଷ୍କଘାତ ଚିନ୍ତାର ବିଷୟ ପାଲଟିଛି । ଦିଲ୍ଲୀରେ ଥିବା ଅଧିକାଂଶ ଡାକ୍ତରଖାନାକୁ ପାହାନ୍ତା ସମୟରେ ହୃଦଘାତ, ମସ୍ତିଷ୍କାଘାତ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଅଧିକ ସଂଖ୍ୟାରେ ଆସୁଛନ୍ତି । ରାଜଧାନୀ ଅଞ୍ଚଳରେ ଥିବା କେତେକ ଘରୋଇ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ନୋଏଡା ଫୋର୍ଟିସ ହସ୍ପିଟାଲର ସ୍ନାୟୁଶଲ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ରାହୁଲ ଗୁପ୍ତା କହିଛନ୍ତି । ତାଙ୍କ ମତରେ ପ୍ରାୟ ୨୫ ପ୍ରତିଶତ ରୋଗୀଙ୍କର ବୟସ ୪୫ ବର୍ଷରୁ କମ୍ । ବିଶେଷକରି ମେଟ୍ରୋଗୁଡ଼ିକରେ ଏଭଳି ଧାରା ଦେଖିବାକୁ ମିଳିଛି । ଆବଶ୍ୟକ ସମୟ ନଶୋଇବା, ଏକାଧିକ କାର୍ଯ୍ୟ କରିବା, ଖରାପ ମାନର ଖାଦ୍ୟ ଖାଇବା ଏବଂ ଅତ୍ୟଧିକ ମାନସିକ ଚାପ କାରଣରୁ ଏଭଳି ସ୍ଥିତି ଉପୁଜିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍