ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ । ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଏହି ଗ୍ୟାଲେରୀ ଖୋଲିଛି । ଗ୍ୟାଲେରୀର ନାମ ରହିଛି ଓଡ଼ିଶାରେ ମହାତ୍ମା ଗାନ୍ଧୀ । ଏହି ଗ୍ୟାଲେରୀକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଲୋକାର୍ପଣ କରିଛନ୍ତି । ଇନଟାକ୍ ପକ୍ଷରୁ ୧ କୋଟି ୨୫ ଲକ୍ଷ ଟଙ୍କାରେ ଏହା ନିର୍ମାଣ କରାଯାଇଛି । ଏଥିରେ ଡିଜିଟାଲ ଡିସପ୍ଳେ, ଇଣ୍ଟରାକ୍ଟିଭ ଡିସପ୍ଳେ ଏବଂ ପ୍ରଥମ ଥର ପାଇଁ କ୍ୟୁଆର କୋଡ ଡିସପ୍ଳେ ମାଧ୍ୟମରେ ଗାନ୍ଧୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି । ମହାତ୍ମା ଗାନ୍ଧୀ ଓଡିଶାକୁ ଆଠଥର ଆସିଥିଲେ । ଗ୍ୟାଲେରୀରେ ଏସବୁର ଚିତ୍ର ସ୍ଥାନିତ ହୋଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ