ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୟୁନିଟ୍ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏହାସହିତ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି ନାମକ ଦୁଇ ଭାଇ ଗିରଫ ହୋଇଛନ୍ତି । ଏମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ମଧ୍ୟ ଜବତ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଏମାନେ ରାଜଧାନୀରେ ବିଭିନ୍ନ ବର୍ଗର ଲୋକଙ୍କୁ ବିକ୍ରି କରୁଥିଲେ । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଡିଏସପି ଦେବାଶିଷ ଦାସ କହିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍