ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ପଟିଆଲା କୋର୍ଟରୁ ଝଟକା । ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ୟସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରାଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । ବିନା ସୂଚନାରେ ବଙ୍ଗଳା ରଦ୍ଦ କରି ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି । ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍