ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଷଡଯନ୍ତ୍ର । ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ଭଳି ରାଘବଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ଚାହୁଁଛି ବୋଲି ଆପ୍ ଅଭିଯୋଗ କରିଛି । ରାଘବ ଚଡ୍ଡାଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜେପି ମିଛ ଅଭିଯୋଗ କରିଛି ବୋଲି କହିଛି ଆମ ଆଦମୀ ପାର୍ଟି । ବିଜେପିର ଅଭିଯୋଗ ପରେ ମାମଲା ବିଶେଷାଧିକାର ସମିତିକୁ ପଠାଇଦିଆଯାଇଛି । ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ମିଛ ଦସ୍ତଖତ କରିଥିବା ଅଭିଯୋଗ କରିଛି ବିଜେପି । ରାଘବ ଚଡ୍ଡାଙ୍କ ବିରୋଧରେ ବିଜେପିର ଲଗାତାର ହମଲା ପରେ ପ୍ରେସମିଟ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆପ୍ ସାସଂଦ । ମିଡିଆ ଆଗରେ ଦସ୍ତାବିଜ ରଖିବା ସହ ବିଜେପି ତାଙ୍କ ବିରୋଧରେ ମିଛ ପ୍ରଚାର କରୁଛି ବୋଲି ସେ କହିଛନ୍ତି । ରାଜ୍ୟସଭା ସଚିବାଳୟକୁ ବିଜେପି ଦେଇଥିବା ଅଭିଯୋଗପତ୍ରରେ ମିଛ ଦସ୍ତଖତ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଘବ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ