The Topmost

“The eyes believe themselves, the ears believe other people.”

ରାଗ ଶାନ୍ତ କରିବାର ଏହି ରାମବାଣ ଉପାୟ

ଦେଖିବାକୁ ଗଲେ କୌଣସି ପିତାମାତା ଜାଣି ଜାଣି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିବାକୁ ଚାହାନ୍ତି ନାହିଁ । ହେଲେ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ନିଜ ପିଲାମାନଙ୍କ ଉପରେ କ୍ରୋଧିତ ହୁଅନ୍ତି । ଅନେକ ଥର ଏହାର କାରଣ ପିଲାମାନଙ୍କର କାର୍ଯ୍ୟକଳାପ ନୁହେଁ, ବରଂ ଆମର ନିଜସ୍ୱ ସମସ୍ୟା । ଯଦି କୌଣସି କାରଣରୁ ଆମ ମନରେ ଟେନସନ୍ ଚାଲିଛି ସେହି ସମୟରେ ଆମେ ସାଧାରଣତଃ ଅନ୍ୟ ଉପରେ ରାଗିଯାଉ । ସବୁଠୁ ବଡ଼ କଥା ହେଉଛି ପିଲାମାନେ କୌଣସି ପରିସ୍ଥିତିକୁ ସହଜରେ ବୁଝିପାରନ୍ତି ନାହିଁ, କିନ୍ତୁ ଆମକୁ ଏହି କଥା ବୁଝିବାକୁ ପଡିବ । ଯଦି ଆପଣ ରାଗିଗଲେ ଓ ପିଲାମାନଙ୍କ ଉପରେ ପାଟି କଲେ, ତେବେ ଏହି କିଛି ଉପାୟ ଆପଣଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବ ।

୧-ସମ୍ଭବତଃ ହସିବାକୁ ଚେଷ୍ଟାକରିବା
ହସ-ମଜା ମଣିଷର ସମସ୍ୟାକୁ କମ୍ କରେ ନାହିଁ, କିନ୍ତୁ ମାନସିକ ଚାପକୁ ନିଶ୍ଚିତ ଭାବରେ କମାଇଥାଏ । ମନର ଚାପକୁ କମ୍ କରି, କୋଉଠି ନା କେଉଠି ଭଲ ଚିନ୍ତା କରାଇବାରେ ସାହାଯ୍ୟ କରେ। ଯାହାଫଳରେ, କ୍ରୋଧ ସାମାନ୍ୟ କମ ହେଇଥାଏ ।

୨-ପିଲାମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ
ପିଲାମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଦ୍ବାରା ପିଲାଟି ତାର ଅଭିଭାବକଙ୍କୁ ଭଲ ଭାବରେ ବୁଝିବାରେ ସକ୍ଷମ ହୋଇଥାଏ । ବନ୍ଧୁତ୍ୱପୂର୍ଣ୍ଣ ଆଚରଣରେ ପିଲାଙ୍କ ସହ ମିଶିବାଦ୍ବାରା ସେମାନେ ତାଙ୍କର ସମସ୍ୟାକୁ ସହଜରେ ଆପଣଙ୍କ ନିକଟରେ ପ୍ରକାଶ କରିଥାନ୍ତି । ଏସବୁ ଭିତରେ ଅପଣ ମଧ୍ୟ ଚାପ ମୁକ୍ତ ହୋଇପାରିବେ ।

୩-କିଛି ସମୟ ଦୂରେଇ ରହନ୍ତୁ
ଯଦି ଆପଣଙ୍କର ମନ ଭଲ ନଥାଏ ଏବଂ ସେହି ସମୟରେ ପିଲାଙ୍କ ଉପରେ କ୍ରୋଧି ଆସେ, ତେବେ ଆପଣ କିଛି ସମୟ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆପଣଙ୍କ କ୍ରୋଧକୁ ଅଳ୍ପ ସମୟ ମଧ୍ୟରେ ଥଣ୍ଡା କରିଦେବ ଏବଂ ଆପଣ ପରିସ୍ଥିତିକୁ ଭଲ ଭାବରେ ବୁଝିବାକୁ ସମର୍ଥ ହେବେ ।

୪-କିଛି ମିଠା ଖାଆନ୍ତୁ
ଚାପ କମ୍ କରିବାରେ ମିଠାକୁ ସର୍ବୋତ୍ତମ ବିବେଚନା କରାଯାଏ। ଯଦି ଆପଣ କ୍ରୋଧ ଅନୁଭବ କରୁଛନ୍ତି, ଆଉ ସେହି ସମୟରେ ଆପଣ ମିଠା ଖାଉଛନ୍ତି ତେବେ ଆପଣଙ୍କ କ୍ରୋଧକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଆପଣ ମଧ୍ୟ ଭଲ ଅନୁଭବ କରିବେ ।

SHARE BY