ରାଇସିନା ହିଲ୍ ରେସରେ ବାଜି ମାରିଲେ ରାଇରଙ୍ଗପୁର ଝିଅ । ରାଇରଙ୍ଗପୁରରୁ ରାଇସିନା ହିଲ ଯାଏଁ ଉତ୍ସବ ପାଳନ । ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତଙ୍କୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ଗଣତି ପରେ ଦ୍ରୌପଦୀ କେତେ ଭୋଟ ପାଇ ବିଜୟ ହାସଲ କରୁଛନ୍ତି ତାହା ଜଣାପଡିବ । ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ ହୋଇଥିବାବେଳେ ପ୍ରଥମ ଓଡିଆ ଝିଅ ଭାବେ ସେ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ସେ ଶପଥ ନେବେ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା