The Topmost

“The eyes believe themselves, the ears believe other people.”

ରାଇସିନା ହିଲସରେ ଦ୍ରୌପଦୀ ମୁର୍ମୁଙ୍କ ଏକବର୍ଷ ପୂର୍ତ୍ତି 

ରାଇସିନା ହିଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବର୍ଷ ପୂରଣ ହୋଇଛି । ୨୫ ଜୁଲାଇ ୨୦୨୨ରେ ସେ ଦେଶରେ ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରଠୁ ସେ ସକ୍ରିୟତା ସହ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ବର୍ଷ ବ୍ୟସ୍ତବହୁଳ ରହିଛି । ଏହି ବର୍ଷକର କାର୍ଯ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସହିତ ଭାବ ବିନିମୟର ପ୍ରୟାସ କରିଛନ୍ତି । ଶପଥ ନେବା ସମୟରେ ସଂସଦର ‌କେନ୍ଦ୍ରୀୟ କକ୍ଷରେ ଓଡ଼ିଶାର ମହାନ ସନ୍ଥକବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନ‌ର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଉକ୍ତି ତାଙ୍କର ଆଗାମୀ କାର୍ଯ୍ୟଶୈଳୀର ସଙ୍କେତ ଦେଇଥିଲା । ଏଥିସହିତ ଦେଶର ଜଣେ ଗରିବ, ସ୍ବପ୍ନ ଦେଖି ଏହାକୁ କେମିତି ସାକାର କରିପାରେ ବୋଲି ତାଙ୍କର ସମ୍ବୋଧନ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ନୂଆ ଉଦ୍ଦୀପନା ଆଣିଥିଲା । ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ବକ୍ତବ୍ୟ ସମ୍ବାପତ୍ରଗୁଡ଼ିକର ଶିରୋନାମା ପାଲଟିଥିଲା ।