The Topmost

“The eyes believe themselves, the ears believe other people.”

ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ

ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ । ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଏ ନେଇ ମୋଟ ୫ଏକର ଜମି ଆବଣ୍ଟନ କରାଯାଇଛି । ଏହି ଜମି ରାଇରଙ୍ଗପୁର ତହସିଲର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ଆବଣ୍ଟନ ହୋଇଛି । ଏ ନେଇ କେନ୍ଦ୍ରୀୟ ପିଡବ୍ଲ୍ୟୁଡି ବିଭାଗ ତରଫରୁ ସ୍ବତନ୍ତ୍ର ସ୍ଥାନ ପୌରପରିଷଦ କାର୍ଯ୍ୟାଳୟକୁ ପଠାଯାଇଛି । ଏହି ପ୍ଲାନ ଅନୁସାରେ ସେଠାରେ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଁରୁମ୍‌, ସମ୍ମିଳନୀ କକ୍ଷ, ସାମନାରେ ପର୍ଟିକୋ, ପାକିଂ, ପାର୍କ ତଥା ତାଙ୍କ ଡ୍ୟୁଟିରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷାବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ ସୌଧ ନିର୍ମାଣ ହେବ । ତେବେ ଖୁବ୍‌ ଶୀଘ୍ର ଏହି ସ୍ପେଶାଲ ସର୍କିଟ ହାଉସ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ସୂଚନା ରହିଛି ।