ଗତ ୭ ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସଡିଏର ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ସୁବ୍ରତ ବାଗଚୀ, ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସନ୍ଧ୍ୟାରେ ଟୁଇଟ୍ କରି ହଠାତ୍ ସେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ବ୍ୟକ୍ତିଗତ କାରଣ ପାଇଁ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କଥା ଟୁଇଟରେ ଲେଖିଥିଲେ । ଏବେ ତାଙ୍କ ସ୍ଥାନରେ ୱାର୍ଲଡ ସ୍କିଲ୍ଡ ସେଂଟରର ସିଇଓ ଅଳକା ଅରୋରା ମିଶ୍ରଙ୍କୁ ଓଏସଡିଏର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ହଠାତ୍ ଏଭଳି ଇସ୍ତଫା ଦେବା ଏବଂ ତାଙ୍କ ସ୍ଥାନରେ ତୁରନ୍ତ ଅଳକା ମିଶ୍ରଙ୍କୁ ଦାୟିତ୍ୱ ଦିଆଯିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କୋଭିଡର କଠିନ ସମୟରେ, ଓଡିଶାବାସୀଙ୍କୁ ସଂକ୍ରମିତ ଓ ମୃତକଙ୍କ ସୂଚନା ଦେବା ପାଇଁ ପ୍ରତିଦିନ ଅପରାହ୍ଣରେ ଟିଭି ସ୍କ୍ରିନକୁ ଆସି ଯାଉଥିଲେ ସୁବ୍ରତ ବାଗଚୀ । ଯେଉଁଭଳି ଭାବେ ସେ ଓଡିଶାବାସୀଙ୍କୁ ସୂଚନା ଦେଉଥିଲେ ତାହା ତାଙ୍କର ଲୋକପ୍ରିୟତାକୁ ବଢାଇ ଦେଇଥିଲା । ଏଥିସହ ରାଜ୍ୟରେ ଏକ ବଡ କ୍ୟାନସର ହସ୍ପିଟାଲ ଖୋଲିବା ପାଇଁ ୨୧୦ କୋଟି ଟଙ୍କାର ସହାୟତା ଦେଇଛନ୍ତି ବାଗଚୀ । ବେଙ୍ଗାଲୁରୁରେ ମଧ୍ୟ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ୪୨୫ କୋଟି ଟଙ୍କା ସହାୟତା କରିଛନ୍ତି ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ । ୨୦୧୬ ମସିହାରୁ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦ ସମ୍ଭାଳୁଥିଲେ । ଆଉ ଏବେ ହଠାତ୍ ତାଙ୍କର ଇସ୍ତଫାକୁ ନେଇ ଅନେକ ଆକଳନ କରାଯାଉଛି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା