ରନୱେରେ ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ । ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା ଏହି ବିମାନଟି । ଧକ୍କା ହେବା ପରେ ବିମାନଟିରେ ନିଆଁ ଲାଗିବା ପରେ ରନୱେ ଧୂଆଁମୟ ହୋଇଯାଇଥିଲା । ବିମାନ ମଧ୍ୟରେ ୩୦୦ରୁ ଅଧିକ ଯାତ୍ରୀ ରହିଥିଲେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଜରୁରୀକାଳୀନ ଦ୍ୱାର ବାଟେ ବାହାରକୁ ଆସିଥିବା ବେଳେ କୌଣସି ମୃତାହତ ଘଟିନଥିବା ଜାପାନ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ