The Topmost

“The eyes believe themselves, the ears believe other people.”

ରଜୌରୀରେ ୧୮୦୦ ଯବାନ ମୁତୟନ

ହିନ୍ଦୁଙ୍କ ଉପରେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ବଢୁଛି ଅସନ୍ତୋଷ । ଜାମ୍ମୁ କାଶ୍ମୀର ରଜୌରୀରେ ୧୮୦୦ ଯବାନ ମୁତୟନ ।  ଆର୍ମି, ପୁଲିସ ଓ ସିଆରପିଏଫ୍ ମିଳିତ ଏକ ହିନ୍ଦୁ ପରିବାର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଆଉ ୧୮୦୦ ଯବାନଙ୍କୁ ମୁତୟନ କରାଯାଇଛି । ୧୮ ଟି କମ୍ପାନୀ ସିଆରପିଏଫ୍ ତଥା ୧୮୦୦ ସିଆରପିଏଫ୍ ଯବାନଙ୍କୁ ସେଠାରେ ମୁତୟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ରବିବାର ସନ୍ଧ୍ୟା ଏବଂ ସୋମବାର ସକାଳେ ସ୍ଥାନୀୟ ଦାଙ୍ଗିରି ଗାଁରେ କିଛି ହିନ୍ଦୁ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ପିଲାଙ୍କ ସହ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଆହତ ହୋଇଥିଲେ । ଦୁଇ ଜଣ ଶସସ୍ତ୍ର ଆତଙ୍କବାଦୀ ରବିବାର ସନ୍ଧ୍ୟାରେ ତିନିଟି ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥଲେ । ସୋମବାର ପୁଣି ଆତଙ୍କବାଦୀମାନେ ଏକ ଘରେ ପଶି ଗୁଳିଚଳାଇଥିଲେ । ଫଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ରାଜୌରୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।