ଋତୁ ଅନୁସାରେ ରଙ୍ଗ ବଦଳାଉଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଶୁଣୁନାହାନ୍ତି ସମସ୍ୟା । ବୁଝୁନାହାନ୍ତି ବିଷୟବସ୍ତୁ । ଯେତେବେଳେ ଯାହା ମନକୁ ଆସିଲା ତାହା କହୁଛନ୍ତି ବିଧାୟକ । କେତେବେଳେ ଟିଟିଲାଗଡ଼ ତ କେତେବେଳେ କଣ୍ଟାବାଞ୍ଜିକୁ ଜିଲ୍ଳା ମାନ୍ୟତା ପାଇଁ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି । ଏହାରି ଭିତରେ ବିଧାୟକଙ୍କ ପୋଲ ଖୋଲିଛନ୍ତି ବିଜେଡି ନେତା ଅଜୟ ଦାସ । କଣ୍ଟାବାଞ୍ଜିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ହୋଇଥିବା ସନ୍ତୋଷଙ୍କ ପ୍ରକୃତ ଚେହେରା ଶସ୍ତା ରାଜନୀତି ବୋଲି କହିଛନ୍ତି ଅଜୟ । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଅନୁଦାନ ପ୍ରଦାନ କରିଛନ୍ତି, ବିକାଶ ମଧ୍ଯ ହୋଇଛି । କିନ୍ତୁ ଲୋକଙ୍କୁ ଭୂୟାଁ ବୁଲାଇବାରେ ବ୍ୟସ୍ତ ବିଧାୟକ I ଆଗକୁ ବିଧାୟକଙ୍କ ଦୋମୁହାଁ ନୀତିକୁ କଣ୍ଟାବାଞ୍ଜିବାସୀ କଡ଼ା ଜବାବ ଦେବେ କହିଛନ୍ତି ଅଜୟ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା