ଓଡ଼ିଶାରେ ଲେଖାହେବ ହକି କାହାଣୀର ନୂଆ ଅଧ୍ୟାୟ । ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହେବ ହକି ବିଶ୍ବକପ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶ ବିଦେଶର ଅତିଥି ଯୋଗଦେବେ । ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ । ଓଲିଉଡ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଉତ୍ସବରେ ସାମିଲ ହେବେ । ଏବଂ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମର ଜଲଓ୍ବା ଦେଖିବ ବିଶ୍ବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି