ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ଲାଗି ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ଭଳିକି ଭଳି ରଙ୍ଗରେ ରଙ୍ଗୀନ ହେଉଛି ଦୋକାନ । ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆର୍ଗାନିକ ରଙ୍ଗ । ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଭିନ୍ନ ଡିଜାଇନର ପିଚକାରୀ ସହ ହୋଲି ଟୋପି । ଚଳିତ ବର୍ଷ ରସାୟନିକ ବଦଳରେ ହର୍ବାଲ ରଙ୍ଗ ପାଲଟିଛି ସମସ୍ତଙ୍କ ପସନ୍ଦ । ସେପଟେ ଦୋଳପର୍ବ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଗୋପାଳ ସମ୍ପ୍ରଦାୟଙ୍କ ଦୋଳ ପୂର୍ଣ୍ଣିମା ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଫଗୁ ଦଶମୀଠାରୁ ପଞ୍ଚୁଦୋଳ ପର୍ଯ୍ୟନ୍ତ ଏହି ଦୋଳ ପର୍ବ ପାଳନ କରାଯାଇଥାଏ । ପରିବାରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବିଶେଷ କରି ଓଡିଶାର ମହାକାଳପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୋଳପର୍ବକୁ ଧୁମଧାମରେ ପାଳନ କରାଯାଏ ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା