ରକ୍ଷାବନ୍ଧନ ଉପଲକ୍ଷେ ମହିଳାଙ୍କୁ ଯୋଗୀଙ୍କ ଉପହାର । ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍ଯାତ୍ରା ବ୍ୟବସ୍ଥା । ଯୋଗୀ ସରକାରଙ୍କ ଘୋଷଣା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍ କରାଯାଇଥିବା ଟୁଇଟ୍ରେ ଉଲ୍ଲେଖ ଅଛି: ରକ୍ଷାବନ୍ଧନ ଅବସରରେ, ରାଜ୍ୟର ସମସ୍ତ ମହିଳାମାନଙ୍କ ନିରାପଦ ଯାତ୍ରା ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ ମାଗଣା ବସ୍ଯାତ୍ରା ସୁବିଧା ଯୋଗାଇ ଦେବ । ଉକ୍ତ ବ୍ୟବସ୍ଥା ଅନୁସାରେ, ମହିଳାମାନେ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ପରିବହନ ନିଗମ ବସ୍ରେ ମହିଳାମାନେ ନିଶୁଳ୍କ ଯାତ୍ରା କରିପାରିବେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ