The Topmost

“The eyes believe themselves, the ears believe other people.”

ରକେଟ ମାଡ଼ରେ ୫ଶହରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ଗାଜାର ଏକ ହସ୍ପିଟାଲ ଉପରେ ଭୟଙ୍କର ରକେଟ ମାଡ଼ । ଏହି ରକେଟ ମାଡ଼ରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ । ପାଲେଷ୍ଟିନୀୟ ବସବାସ କରୁଥିବା ଅଞ୍ଚଳର ଅଲ ଆଲି ଆରବ ହସ୍ପିଟାଲରେ ହୋଇଛି ରକେଟ ମାଡ଼ । ହମଲା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ଆର୍ତ୍ତଚିତ୍କାରରେ ଫାଟୁଛି ପରିବେଶ । ଜୀବନ ବିକଳରେ ଲୋକେ ପଳାୟନ ଆରମ୍ଭ କରିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ଇସଲାମିକ ଜିହାଦ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରୁଥିବା ବେଳେ ତାହା ବିଫଳ ହୋଇ ହସ୍ପିଟାଲରେ ପଡିଥିଲା । ଏହି ସମୟରେ ଇସ୍ରାଏଲର କୌଣସି ଏରିଆଲ ଅପରେସନ ହେଉ ନଥିଲା । ସେପଟେ ଏହି ହମଲା ପଛରେ ଇସ୍ରାଏଲର ହାତ ରହିଛି ବୋଲି ଦାବି କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ । ଏହି ରକେଟ ହମଲା ଲାଗି ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି ସାଉଦିଆରବ, ୟୁଏଇ, ବାହାରିନ, ଇଜିପ୍ଟ, ଜୋର୍ଡାନ ଓ ତୁର୍କୀ ।  ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଦାନିଏଲ ହାଗାରି କହିଛନ୍ତି ଏହି ହମଲା ଲାଗି ଇସଲାମିକ ଜିହାଦ ଦାୟୀ । ରକେଟମାଡ ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଏହି ଘଟଣା ପରେ ଇରାନ ତେହେରାନସ୍ଥିତ ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ଉପରେ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ରକେଟ ମାଡକୁ ବି ନିନ୍ଦା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।