ଉତ୍ତରାଖଣ୍ଡର ଯୋଶୀମଠ ଦବୁଛି ଏବଂ ଜାରି ରହିଛି ସ୍ଥାନାନ୍ତର ପ୍ରକ୍ରିୟା । ଯୋଶୀମଠର ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ଯେଉଁସବୁ କୋଠାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ନାଲି ଚିହ୍ନିତ କରାଯାଇଛି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏତିକି ପଦକ୍ଷେପ ଯଥେଷ୍ଟ ନୁହେଁ। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ‘ଆସନ୍ନ ହିମାଳୟୀୟ ସଂକଟ’ ଶୀର୍ଷକ ଉପରେ ଏକ ଗୋଲଟେବୁଲ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବାକୁ ଦାବି କରିଥିଲେ । ବୈଠକରେ ଗୃହୀତ ସଂକଳ୍ପନାମା ଅନୁସାରେ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ