ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଶକ୍ତ ଝଟକା । ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରିଛନ୍ତି। ଏଥିସହ ଓବିସିଙ୍କ ପାଇଁ ବିନା ସଂରକ୍ଷଣ ବ୍ୟବସ୍ଥାରେ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଡିକେ ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାଭାନିଆଙ୍କ ଡିଭିଜନାଲ ବେଞ୍ଚ ଏପରି ରାୟ ଦେଇଛନ୍ତି । ଡିସେମ୍ବର ୫ରେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ରହିବ । କିନ୍ତୁ ସୁପ୍ରିମକୋର୍ଟଙ୍କ ଟ୍ରିପଲ ଟେଷ୍ଟ ପରାମର୍ଶକୁ ଓବିସି ସଂରକ୍ଷଣ ବେଳେ ଅଣଦେଖା କରାଯାଇଥିବା ଅଭିଯୋଗ କରି ଗୋଟିଏ ଜନସ୍ୱାର୍ଥ ମାମଲା କୋର୍ଟରେ ଆଗତ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ