The Topmost

“The eyes believe themselves, the ears believe other people.”

ଯୋଗୀ ସରକାରଙ୍କୁ ଆଶ୍ବସ୍ତି

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି । ପୌର ନିର୍ବାଚନକୁ ବିନା ଓବିସି ସଂରକ୍ଷଣରେ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ସରକାର ଓବିସି ବର୍ଗର ସଂରକ୍ଷଣ ସହ ପୌର ନିର୍ବାଚନ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇ ଜାନୁଆରୀ ମାସରେ ନିର୍ବାଚନ କରିବାକୁ କହିଥିଲେ । ତେବେ ଯୋଗୀ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓବିସି ସଂରକ୍ଷଣ ସହ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ରାଜନୀତି କ୍ଷେତ୍ରରେ ଓବିସି ବର୍ଗଙ୍କ ପଛୁଆ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ମାର୍ଚ୍ଚ ୩୧ ସୁଦ୍ଧା ଦେବାକୁ କହିଛନ୍ତି ।