The Topmost

“The eyes believe themselves, the ears believe other people.”

yogi ahead to win @the topmost

ଯୋଗୀଙ୍କ ହୁଙ୍କାରରେ ଧରାଶାୟୀ ବିରୋଧୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ପୁଣି ସରକାର ଗଢିପାରେ ବିଜେପି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ବିଜେପି ସବୁ ଦଳକୁ ପଛରେ ପକାଇ ୨୬୨ରୁ ଅଧିକ ସିଟ୍ ହାତେଇଛି। ୟୁପିରେ ୪୦୩ ଆସନରୁ ବିଜେପି ୨୬୨ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୨୫, ବିଏସ୍ପି ୮, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି। ତେଣୁ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଆଜି ସକାଳ ୮ଟାରୁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲିଛି। ବିଜେପି-ସପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଦେଖିବାକୁ ମିଳିଛି। ତେବେ ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୧୨ଟି ଆସନ ଜିତି ବିରୋଧୀଙ୍କୁ ଧରାଶାୟୀ କରିଥିଲା ବିଜେପି। କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ୩୨୫ଟି ଆସନ ଜିତିଥିଲେ। ତେବେ ବିଜେପି ଅନ୍ୟ ଦଳ ସହ ମିଶି ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା।

yogi ahead to win @the topmost

up election live update

SHARE BY