ଉତ୍ତରପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ ବିଜେପି ନେତ୍ରୀ ଜୟାପ୍ରଦା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଖୁବ ଶୀଘ୍ର ଉତ୍ତରପ୍ରଦେଶରେ ଦୁଇଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟିର ଅନେକ ପ୍ରାର୍ଥୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲବି ଆରମ୍ଭ କରିଦେଲେଣି | ଏହି ସମୟରେ ପୂର୍ବତନ ଅଭିନେତ୍ରୀ ଜୟାପ୍ରଦା ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ବଢିଛି | ଜୟା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ଯଦିଓ ଜୟାପ୍ରଦା ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଛନ୍ତି, କିନ୍ତୁ ଚର୍ଚ୍ଚା ଚାଲିଛି ଯେ ଉପ-ନିର୍ବାଚନକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି ଏବଂ ସେ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ