The Topmost

“The eyes believe themselves, the ears believe other people.”

nikhat zareen

ଯୋଉଁମାନେ ଟିସ୍‌ କରୁଥିଲେ, ଆଜି ସେଲଫି ପାଇଁ ବିକଳ ହେଉଛନ୍ତି

ନିକଟରେ ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନିଖତ ଜରିନ୍‌ ୪ ବର୍ଷ ପରେ ୫୨ କିଲୋଗ୍ରାମ ଓଜନ ବର୍ଗରେ ଦେଶ ପାଇଁ ସ୍ୱ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାପୂର୍ବରୁ ୨୦୧୮ରେ, ଏମସି ମେରି କୋମ୍‌ ଚାମ୍ପିଅନ୍‌ ହୋଇଥିଲେ । ସ୍ୱର୍ଣ୍ଣ ଜିତିବାରେ ନିଖତ ହେଉଛନ୍ତି ୫ତମ ଭାରତୀୟ ବକ୍ସର । ପଦକ ଜିତିବା ପରେ ନିଖତ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ବିଷୟରେ କଥା ହୋଇଛନ୍ତି । ନିଖତ ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେହି ଲୋକ ଏବଂ ସମ୍ପର୍କୀୟମାନେ ତାଙ୍କୁ ଛୋଟ ପୋଷାକ ପିନ୍ଧି ଖେଳିବା ଉପରେ ପ୍ରଶ୍ନ କରୁଥିଲେ, ତେବେ ସେ ଆଜି ପଦକ ଜିତିବା ପରେ ତାଙ୍କୁ ହାଇଦ୍ରାବାଦରେ ପହଞ୍ଚିବାକୁ ଅପେକ୍ଷା କରିଛନ୍ତି ଏବଂ ମୋ ସହିତ ଫଟୋ କ୍ଲିକ୍‌ କରିବାକୁ ଚାହୁଁଛନ୍ତି । ତେବେ ନିଖତ ଟିକେ ନିରାଶ ହୋଇଛନ୍ତି ଯେ ତାଙ୍କୁ କ୍ରିକେଟରଙ୍କ ପରି ସମ୍ମାନ ଦିଆଯାଉ ନାହିଁ । ସେ କହିଛନ୍ତି ଯେ ମୁଁ କ୍ରିକେଟ୍‌ କୁ ଦାୟୀ କରିବି ନାହିଁ, କି;ୁ ମୁଁ ଲୋକମାନଙ୍କୁ ଦାୟୀ କରିବି ଯେ ସେମାନେ କ୍ରିକେଟ୍‌ ପରି ଆମ ଖେଳ ପ୍ରତି ସମାନ ସମ୍ମାନ ଦିଅନ୍ତି ନାହିଁ ।

https://thetopmost.in/?p=1022

https://thetopmost.in/?p=2709