ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ । ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର ହୋଇଛି । ଏହାସହ ଇମ୍ରାନ୍ ବରିଷ୍ଠ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି । ତେଣୁ ତାଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରେ । ଅନ୍ୟପଟେ ଏହାକୁ ବିରୋଧ କରି ତାଙ୍କର ସହଯୋଗୀ ଓ ପିଟିଆଇ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଇସଲାମାବାଦରେ ଏକ ଜନସଭାକୁ ସମ୍ୱୋଧିତ କରିବା ସମୟରେ ପିଟିଆଇ ଅଧ୍ୟକ୍ଷ ଇମରାନ ଖାନ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ