The Topmost

“The eyes believe themselves, the ears believe other people.”

ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ

ଆଜିଠୁ ଆରମ୍ଭ ହୋଇଛି ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ । ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଭୋଟର ଓ ବୁଥ ସଂଖ୍ୟା ବଢିଛି । ରାଜ୍ୟରେ ୩ଲକ୍ଷ ୩ହଜାର ୯୪ ନୂଆ ଭୋଟର ଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୫୫ହଜାର ୨୧୩ ହୋଇଛି। ସେହିପରି ରାଜ୍ୟରେ ମୋଟ ବୁଥ ସଂଖ୍ୟା ୩୭ହଜାର ୮୦୯ ହୋଇଛି। ପୂର୍ବରୁ ୩୭ହଜାର ୬୦୬ ବୁଥ୍ ଥିଲା । voter.eci.gov.inରେ ଭୋଟର ତ୍ରୁଟି ସଂଶୋଧନ କରିପାରିବେ ଜନତା। ଏଥିପାଇଁ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ। ଫର୍ମ ୬ ଓ ୮ରେ ସଂଶୋଧନ କରିପାରିବେ ଭୋଟର।