The Topmost

“The eyes believe themselves, the ears believe other people.”

ଯୁବ କଂଗ୍ରେସର ‘ଜୱାବ ଦୋ ପୋଷ୍ଟକାର୍ଡ’ ଅଭିଯାନ

ବିଜେପିର କଂଗ୍ରେସ ଫାଇଲ୍ସକୁ ଟାର୍ଗେଟ୍ । ଯୁବ କଂଗ୍ରେସ ଆରମ୍ଭ କରୁଛି ‘ଜୱାବ ଦୋ ପୋଷ୍ଟକାର୍ଡ’ ଅଭିଯାନ । କଂଗ୍ରେସ ଯୁବ ଶାଖା ଦ୍ୱାରା ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଏଥିରେ ଯୁବ କଂଗ୍ରେସ କର୍ମୀମାନେ ଲୋକଙ୍କ ଘରକୁ ଘର ବୁଲି ଅଭିଯାନ ଚଳାଇବେ । ପ୍ରତ୍ୟେକ ସହର ଓ ଗାଁକୁ ଯିବେ ଯୁବ କଂଗ୍ରେସ କର୍ମୀ । ସବୁ ଲୋକଙ୍କ ପାଖରେ ଏହି ଅଭିଯାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପଠାଯିବ । ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୩ଟି ପ୍ରଶ୍ନର ଉତ୍ତର ମାଗିବେ । ତେବେ ପ୍ରଶ୍ନ ଗୁଡିକ ହେଉଛି-

୧- ଆଜି ପର୍ଯ୍ୟନ୍ତ ବିଜେପିକୁ ଆଦାନି କେତେ ଟଙ୍କା ଦେଇଛନ୍ତି ?
୨- ଆପଣଙ୍କ ସରକାରୀ ବିଦେଶ ଗସ୍ତ ପରେ ଆଦାନିଙ୍କୁ କେତେ ଠିକା ମିଳିଛି ?
୩- ଆଦାନି ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଧନୀ କିପରି ହେଲେ ତାର ସୂତ୍ର ଦିଅନ୍ତୁ ?l