ଓଡିଶାରେ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ବରରେ ଉଦଘାଟିତ ହୋଇଛି ରାଷ୍ଟ୍ରୀୟ କମ୍ପାନୀ ଡେଲଏଟର ଓଡିଶା ଶାଖା କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ଖୋଲିବ । ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍ ଶୀଘ୍ର ବିଏମସି ଅଫିସ ଖୋଲିବ । ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ ମୋଟ ୩ଟି ସିଫ୍ଟରେ ୧୫ଶହ କର୍ମଚାରୀ କାର୍ଯ୍ୟ କରିବେ। ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମସି କାର୍ଯ୍ୟାଳୟ କାର୍ଯ୍ୟକରିବ। କାର୍ଯ୍ୟାଳୟ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି