ଯୁଦ୍ଧ ଭିତରେ ୟୁକ୍ରେନ ଗସ୍ତ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲରେ ପୁଟିନ ପହଞ୍ଚିଥିବା ସୂଚନା । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକପ୍ଟରେ ୟୁକ୍ରେନର କ୍ରିମିୟାରେ ପହଞ୍ଚିବାପରେ ସେଠାରୁ ନିଜେ କାର ଚଳାଇ ମାରିୟୁପୋଲରେ ପୁଟିନ ପହଞ୍ଚିଛନ୍ତି । ମାରିୟୁପୋଲ ସମୁଦ୍ର ପରିଦର୍ଶନ ମଧ୍ୟ ପୁଟିନ କରିଥିବା ରୁଷ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏଠାକାର ବାସିନ୍ଦାଙ୍କୁ ଭେଟି ସେମାନଙ୍କ ହାଲଚାଲ ପଚାରି ବୁଝିଛନ୍ତି । ମାରିୟୁପୋଲରେ ମୁତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ