The Topmost

“The eyes believe themselves, the ears believe other people.”

ଯୁଦ୍ଧ ଭିତରେ ଚୀନର ଶାନ୍ତି ପ୍ରସ୍ତାବ

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଛି । ଏହା ଭିତରେ ପ୍ରଥମ ଥର ପାଇଁ ଯୁଦ୍ଧ ଭିତରେ ଏଣ୍ଟ୍ରି କରିଛି ଚୀନ । ଶୁକ୍ରବାର ବେଜିଂ ବଡ ପ୍ରସ୍ତାବ ଦେଇଛି । ଶାନ୍ତି ପ୍ରସ୍ତାବ ଦେଇ ଯଥା ଶିଘ୍ର ଯୁଦ୍ଧ ରୋକିବା ଉପରେ ଉଭୟ ୟୁକ୍ରେନ ଓ ରୁଷ ବିଚାର କରୁନ୍ତୁ ବୋଲି ଚୀନ କହିଛି । ଏଥିସହ ବେଜିଂ ପରମାଣୁ ଅସ୍ତ୍ର ପ୍ରୟୋଗ ଯୋଜନା ଓ ଏହାକୁ ନେଇ ଦିଆଯାଉଥିବା ଧମକକୁ ବିରୋଧ କରୁଥିବା କହିଛି । ସେପଟେ ଚୀନର ପ୍ରସ୍ତାବକୁ ସ୍ୱାଗତ କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମୀର ଜେଲେନସ୍କି କହିଛନ୍ତି, ଚୀନ ରୁଷକୁ କୌଣସି ପ୍ରକାର ସାମରିକ ସହାୟତା ନକରୁ । ଯଦି ହତିଆର ସହଯୋଗ କରାଯାଏ ତେବେ ୩ୟ ବିଶ୍ୱଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବ । ଅନ୍ୟପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜେଲେନସ୍କି ଖୁବ ଶିଘ୍ର ଭେଟିବା ସମ୍ଭାବନା ରହିଛି ।