ଯୁଦ୍ଧ ବିରତି ଉଲଂଘନ କଲା ଇସ୍ରାଏଲ

ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେବଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷ ଘୋଷଣା କରିନାହାନ୍ତି । ଅସ୍ତ୍ରବିରତି ପରିସମାପ୍ତିର କିଛି ସମୟ ପୂର୍ବରୁ ଇସ୍ରାଏଲ୍‌ କହିଛି ଯେ, ଗାଜା ଆଡୁ ନିକ୍ଷେପ କରାଯାଇଥିବା ଏକ ରକେଟ୍‌କୁ ସେମାନେ ବାଧା ଦେଇଛନ୍ତି। ସେହିପରି, ଗାଜାର ଉତ୍ତର ପ୍ରାନ୍ତରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା କଥା ହମାସ୍‌ ସହିତ ଅନୁବନ୍ଧିତ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।

SHARE BY