ୟୁକ୍ରେନ ପ୍ରତିରକ୍ଷା ବାହିନୀ ନିକଟରେ ପରାସ୍ତ ହେବାରେ ଲାଗିଛି ଋଷ ବାହିନୀ । ଗତ ୨୪ ଘଣ୍ଟାରେ ଋଷର ୩୦ଟି କ୍ରୁଜ୍ ମିସାଇଲ ମଧ୍ୟରୁ ୨୯ ଟିକୁ ଖସାଇଛି ୟୁକ୍ରେନ । ଏହା ସହ ଋଷର ଚାରିଟି ଡ୍ରୋନକୁ ବି ଖସାଇଛି ୟୁକ୍ରେନ । ଏହି ମିସାଇଲଗୁଡିକ କିଭ୍ ଓ ଅନ୍ୟାନ୍ୟ ସହରକୁ ଟାର୍ଗେଟ କରିବା ପୂର୍ବରୁ ସେଗୁଡ଼ିକୁ ଧ୍ୱଂସ କରାଯାଇଥିଲା । ସେପଟେ କିଭରେ ଦୁଇଟି ଅଞ୍ଚଳରେ ଘଟିଛି ଦୁଇଟି ବଡ଼ ଧରଣର ବିସ୍ଫୋରଣ । ଆହତ ହୋଇଛନ୍ତି ୫ଜଣ । ତେଣେ ଆମେରିକା ଓ ଜର୍ମାନୀର ଭୂମିକାକୁ ସମାଲୋଚନା କରିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ନିଜର ସ୍ବାର୍ଥ ଲାଗି ୟୁକ୍ରେନକୁ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ୟୁକ୍ରେନକୁ ଜର୍ମାନୀ ମଡର୍ଣ୍ଣ ବ୍ୟାଟଲ ଟ୍ୟାଙ୍କ୍ ଯୋଗାଇବା ଲାଗି ଘୋଷଣା କରିଥିବାରୁ ଏହାକୁ ବିରୋଧ କରିଛନ୍ତି ଲାଭରୋଭ । ସେପଟେ ଋଷର ଆକ୍ରମଣରେ ଭୂତ ସହରରେ ପରିଣତ ହେଲାଣି ୟୁକ୍ରେନର ବାଖମତ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ