The Topmost

“The eyes believe themselves, the ears believe other people.”

ଯୁଦ୍ଧଭୂମିକୁ ଯିବେ ବାଇଡେନ୍ ! 

ଇସ୍ରାଏଲ ଓ ହମାସର ଲଢ଼େଇ ଭିତରେ ଯୁଦ୍ଧଭୂମି ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ ନେତାନ୍ୟାହୁ । ଫୋନେ ଯୋଗେ ବାଇଡେନଙ୍କ ସହ ଆଲୋଚନା ବେଳେ ତାଙ୍କୁ ଇସ୍ରାଏଲ ଆସିବାକୁ କହିଛନ୍ତି ନେତାନ୍ୟାହୁ । ଏବଂ ଏମିତି ସମୟରେ ଯୁଦ୍ଧଭୂମି ଇସ୍ରାଏଲ ଗସ୍ତ କରିବା ପାଇଁ ଚିନ୍ତା କରୁଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । କିନ୍ତୁ ଏହାରି ଭିତରେ ବଡ଼ କଥା ହେଉଛି ନେତାନ୍ୟାହୁଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି ବାଇଡେନ । ଗାଜା ଉପରେ କବଜା କରିବା ସବୁଠାରୁ ବଡ଼ ଭୁଲ୍ ହେବ ବୋଲି କହିଛନ୍ତି ଜୋ ବାଇଡେନ । ଇସ୍ରାଏଲ-ହମାସ୍ ଯୁଦ୍ଧ ୧୦ଦିନରେ ପହଞ୍ଚିଛି । ଗତ ୭ତାରିଖ ଦିନ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ପରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏପରିକି ଗାଜାରୁ ସାଧାରଣ ଲୋକଙ୍କୁ ବାହାରକୁ ଚାଲିଯିବା ପାଇଁ କହିଛି ଇସ୍ରାଏଲ ।