The Topmost

“The eyes believe themselves, the ears believe other people.”

ଯୁକ୍ତ ୨ରେ ହେବ ତ୍ରୟ-ମାସିକ ପରୀକ୍ଷା

ଯୁକ୍ତ ୨ରେ ହେବ ତ୍ରୟ-ମାସିକ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ଥରେ ପରୀକ୍ଷା ହେବ । ହାଇୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ପରୀକ୍ଷା କରାଯିବ । ଜୁନ ୧୮ ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା । ଫଳରେ ପିଲାମାନେ ଚିନ୍ତାରେ ଥିଲେ । ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ ।