ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଶେଷ ବର୍ଷ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ । ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ । ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ। ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗୁଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଇନଷ୍ଟଲେସନନେଇ ସ୍ଥିତି କଣ ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି CHSE ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ