ଭାରସାମ୍ୟ ହରାଇ ବ୍ରିଜର ବାଡ଼ରେ ପିଟି ହୋଇ ଗାଡ଼ିରେ ଲାଗିଲା ନିଆଁ । ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍ । ଗାଡିର କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛି । ବସରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୂଚନା ଅନୁସାରେ ଲଳିତା ନାମକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭାରସାମ୍ୟ ହରାଇ ବରମୁଣ୍ଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ପରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇ ଥିବାବେଳେ ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା